NCS CODE: 1120.3100 | HT 04
ରେଷ୍ଟୁରାଣ୍ଟ କିମ୍ବା ଅନ୍ୟାନ୍ୟ ସ୍ଥାନରେ ରୋଷେଇ ଘରର ଦାୟିତ୍ୱରେ ଥିବା ରୋଷେୟା ଜଣେ ତାଲିମପ୍ରାପ୍ତ ପ୍ରଫେସନାଲ୍ ହୋଇଥାନ୍ତି | ରୋଷେୟା ସ୍ଵାଦ ବୁଝିବା, ରୋଷେଇ କୌଶଳ ବୁଝିବା, ତାଜା ଖାଦ୍ୟ ଉପାଦାନ ସହିତ ରେସିପି ତିଆରି କରିବା ଆଦି ଅନେକ ଦିଗରେ ପାରଙ୍ଗମ ହେବା ସହିତ ରୋଷେଇ ଉପରେ ଧ୍ୟାନ ଦେଇଥାନ୍ତି ।
ସେଫ୍ ଅଜୟ ସାହୁ ଜଣେ ପ୍ରସିଦ୍ଧ ଭାରତୀୟ ସେଫ୍ ଯିଏ କି ଗତ ୧୪ ବର୍ଷ ଧରି ସାରା ଭାରତ ଭ୍ରମଣ କରି ଭାରତୀୟ ଖାଦ୍ୟକୁ ଏକ ନୂତନ ରୂପ ଦେଇଛନ୍ତି । ତାଜ୍, ଆଇଏଚ୍ଜି, ସେଣ୍ଟ ରେଗିସ୍ ଓ ଲୀଲା ଗୁରଗାଓଁ ହୋଟେଲରେ ସେଫ୍ ଭାବେ କାମ କରିଛନ୍ତି । ଓଡ଼ିଆ ରୋଷେଇ ପଛର ସମୃଦ୍ଧ ଇତିହାସ ଓ ପରମ୍ପରାକୁ ଅନୁସନ୍ଧାନ କରି ସେ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିଛନ୍ତି। ସେ ଆଇଏଚଏମ ଭୁବନେଶ୍ୱରରୁ ପାଠ ପଢିଥିଲେ ।