
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2341.0100 | ED002
ଜଣେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ଜୀବନରେ ମହତ୍ଵପୂର୍ଣ୍ଣ ପ୍ରଭାବ ପକାନ୍ତି | ଶିକ୍ଷାଦାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତା ଅର୍ଜନ କରିବାରେ ସାହାଯ୍ୟ କରିବା ସହିତ ସେମାନଙ୍କୁ ଉନ୍ନତ ଏବଂ ସଂସ୍କାରୀ ହୋଇ ଜୀବନରେ କିଛି ଗୁରୁତ୍ଵପୂର୍ଣ କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତି |
କୋହିମାସ୍ଥିତ ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିମି ଯୋଷୁଙ୍କୁ 2022 ମସିହାରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା। କୋହିମା ବିଜ୍ଞାନ ମହାବିଦ୍ୟାଳୟରେ ସ୍ନାତକ, 18 ବର୍ଷର ଅଭିଜ୍ଞତା ସହିତ, ସେ ଜୀବନ ଦକ୍ଷତା ଉପରେ ଗୁରୁତ୍ୱ ଦିଅନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ବର୍ଜ୍ୟବସ୍ତୁରୁ ବିଭିନ୍ନ ଉତ୍ପାଦ ତିଆରି କରିବାକୁ ଉତ୍ସାହିତ କରନ୍ତି । ପାଣ୍ଠି ସଂଗ୍ରହ ମାଧ୍ୟମରେ ଏହି ବିଦ୍ୟାଳୟରେ ବର୍ତ୍ତମାନ 9ଟି ସ୍ଥାୟୀ ଶ୍ରେଣୀଗୃହ ସ୍ଥାପନ କରିଛନ୍ତି, ଯାହା କି ଉନ୍ନତ କାର୍ଯ୍ୟଶୈଳୀର ସୂଚନା ଦେଇଥାଏ |
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗୀର
ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନ, ଫୁଲବାଣୀ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର
ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏଚ୍ଟିଟିଆଇ) କଟକ
ସରକାରୀ ବିଏଡ୍ ଟ୍ରେନିଂ କଲେଜ, କଳିଙ୍ଗ, କନ୍ଧମାଳ
ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ (ଏନ୍ କେସିସିଟିଇ), ଅନୁଗୁଳ
ଭବାନୀପାଟଣା ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ (ସିଟିଇ)
ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ (ଜିଟିଟିସି)
ଯଦି ଆପଣ ଘରୋଇ / ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଟନ୍ତି, ତେବେ ଶିକ୍ଷାର୍ଥୀ ମାନଙ୍କୁ ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରି ରୋଜଗାର କରିପାରିବେ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ
• ସାମାନ୍ୟ ଶାରୀରିକ ଅକ୍ଷମତା
• କୁଷ୍ଠ ରୋଗରୁ ସୁସ୍ଥ ବ୍ୟକ୍ତି
• ବାମନତା
• ଏସିଡ୍ ଆକ୍ରମଣ ପୀଡ଼ିତା
• କମ୍ ଦୃଷ୍ଟି ଶକ୍ତି
• ଅନ୍ଧତା
• ବଧିର
• ନିର୍ଦ୍ଦିଷ୍ଟ ଶିକ୍ଷଣ ଅକ୍ଷମତା
• ଭାଷା ଅକ୍ଷମତା