
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 3315.0201
ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ ହେଉଛନ୍ତି ଜଣେ ଫୋରେନ୍ସିକ ବୃତ୍ତିଗତ ବ୍ୟକ୍ତି, ଯିଏ ଅପରାଧ ସ୍ଥଳରୁ ମିଳିଥିବା ଆଙ୍ଗୁଠି ଚିହ୍ନଗୁଡ଼ିକର ବିଶ୍ଳେଷଣ କରନ୍ତି, ଯାହାଫଳରେ ଅପରାଧିକ ତଦନ୍ତରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇପାରିବ । ସେମାନେ ସ୍ୱତନ୍ତ୍ର କୌଶଳ ଏବଂ ଫୋରେନ୍ସିକ ଡାଟାବେସ୍ ବ୍ୟବହାର କରି ଆଙ୍ଗୁଠି ଚିହ୍ନର ଛାପଗୁଡ଼ିକୁ ସଂଗ୍ରହ, ପରୀକ୍ଷା ଏବଂ ତୁଳନା କରନ୍ତି । ଅପରାଧର ସମାଧାନ କରିବାରେ ସହାୟତା କରିବା ଏବଂ ଅଦାଲତରେ ବୈଜ୍ଞାନିକ ପ୍ରମାଣ ପ୍ରଦାନ କରିବା ପାଇଁ ଫିଙ୍ଗର୍ ପ୍ରିଣ୍ଟ ବିଶେଷଜ୍ଞମାନେ ସାଧାରଣତଃ ପୋଲିସ ବିଭାଗ, ଫୋରେନ୍ସିକ ସାଇନ୍ସ ଲାବୋରେଟୋରୀ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସହିତ ମିଶି କାର୍ଯ୍ୟ କରିଥାନ୍ତି।
ବିଶ୍ଳେଷଣାତ୍ମକ ଚିନ୍ତାଧାରା
ସୂକ୍ଷ୍ମ ବିଷୟ ପ୍ରତି ଧ୍ୟାନ ଦେବା
ସମସ୍ୟା ସମାଧାନ ଏବଂ ଦଳଗତ କାର୍ଯ୍ୟ
ଯୋଗାଯୋଗ ଦକ୍ଷତା
ପର୍ଯ୍ୟବେକ୍ଷଣ ଏବଂ ବୈଜ୍ଞାନିକ ଯୁକ୍ତିଯୁକ୍ତ ଚିନ୍ତାଧାରା
ଭାରତରେ "ଡିଏନଏ ଫିଙ୍ଗର୍ପ୍ରିଣ୍ଟିଂର ଜନକ" ଭାବେ ପରିଚିତ ଡକ୍ଟର ଲାଲଜୀ ସିଂ, ଦେଶର ଫୋରେନ୍ସିକ ସାଇନ୍ସ କ୍ଷେତ୍ରରେ ଅଭୂତପୂର୍ବ ଅବଦାନ ଦେଇଛନ୍ତି । ଉତ୍ତର ପ୍ରଦେଶର ଏକ ଛୋଟ ଗାଁରୁ ଆସିଥିବା ଡକ୍ଟର ସିଂ, ବିଜ୍ଞାନରେ ଉଚ୍ଚଶିକ୍ଷା ହାସଲ କରିବା ସହ ପରବର୍ତ୍ତୀ ସମୟରେ ଜଣେ ଆଦରଣୀୟ ମଲିକ୍ୟୁଲାର ବାୟୋଲୋଜିଷ୍ଟ (ଆଣବିକ ଜୀବବିଜ୍ଞାନୀ) ଭାବେ ପ୍ରତିଷ୍ଠିତ ହୋଇଥିଲେ । ସେ ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ଡିଏନଏ ଫିଙ୍ଗର୍ପ୍ରିଣ୍ଟିଂ ପ୍ରଯୁକ୍ତିବିଦ୍ୟାର ବିକାଶ କରିଥିଲେ ଏବଂ ଫୋରେନ୍ସିକ ପ୍ରମାଣ ସାହାଯ୍ୟରେ ଅନେକ ଜଟିଳ ଅପରାଧିକ ମାମଲାର ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏହି କାର୍ଯ୍ୟ ଭାରତରେ ଆଧୁନିକ ଫୋରେନ୍ସିକ ସାଇନ୍ସ କ୍ଷେତ୍ରକୁ ଏକ ନୂଆ ଦିଗ୍ଦର୍ଶନ ଦେଇଥିଲା।
ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ ବା ଆଙ୍ଗୁଠି ଚିହ୍ନ ବିଶେଷଜ୍ଞମାନେ ସାଧାରଣତଃ ସରକାରୀ ଫୋରେନ୍ସିକ ଲାବୋରେଟୋରୀ, ପୋଲିସ ବିଭାଗ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରିଥାନ୍ତି । ଅଭିଜ୍ଞତା ହାସଲ କରିବା ପରେ, ଏହି ବୃତ୍ତିଗତମାନେ ସ୍ୱାଧୀନ ଫୋରେନ୍ସିକ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିପାରିବେ, ଯାହାଦ୍ୱାରା ସେମାନେ ବିଭିନ୍ନ ଲ’ ଫାର୍ମ ଏବଂ ବେସରକାରୀ ଗୋଇନ୍ଦା ବା ତଦନ୍ତ ସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ କରିଥାନ୍ତି । କେତେକ ବ୍ୟକ୍ତି ଫୋରେନ୍ସିକ ଗବେଷଣା , ଶିକ୍ଷାଦାନ କିମ୍ବା ଫୋରେନ୍ସିକ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ମଧ୍ୟ ନିଜର କ୍ୟାରିୟର ଗଢ଼ିପାରିବେ।
ଶ୍ରବଣ ଶକ୍ତି ବାଧିତ (ସହାୟକ ଉପକରଣ ସହିତ)
ସାମାନ୍ୟ ଅସ୍ଥିଶଲ୍ୟ ଅକ୍ଷମତା
ସାମାନ୍ୟ ଶିକ୍ଷଣ ଅକ୍ଷମତା
ଆଂଶିକ ଦୃଷ୍ଟି ଶକ୍ତି ବାଧିତ