ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ମେଡ଼ିକାଲ୍ ରେ

ବୃତ୍ତି

ପ୍ରସୂତି ବିଶେଷଜ୍ଞ


ପ୍ରସୂତି ବିଶେଷଜ୍ଞ

NCS Code: 2212.0200

ପ୍ରସୂତି ବିଶେଷଜ୍ଞ ହେଉଛନ୍ତି ଜଣେ ଡାକ୍ତର ଯିଏ ଗର୍ଭାବସ୍ଥା, ଶିଶୁ ଜନ୍ମ ଏବଂ ମାତୃ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିଥାନ୍ତି । ସେମାନେ ଗର୍ଭାବସ୍ଥା ସମୟରେ ଉଭୟ ମା’ ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତି, ପ୍ରସବ ପୂର୍ବ କଷ୍ଟ (Labour) ଓ ଶିଶୁ ଜନ୍ମ ପ୍ରକ୍ରିୟାର ପରିଚାଳନା କରନ୍ତି ଏବଂ ଜନ୍ମ ପୂର୍ବରୁ, ଜନ୍ମ ସମୟରେ କିମ୍ବା ଜନ୍ମ ପରେ ଦେଖାଦେଉଥିବା ଜଟିଳ ସମସ୍ୟାଗୁଡ଼ିକୁ ନିୟନ୍ତ୍ରଣ କରନ୍ତି । ପ୍ରସୂତି ବିଶେଷଜ୍ଞମାନେ ଗର୍ଭଧାରଣ ସମୟର ମାର୍ଗଦର୍ଶନ ପ୍ରଦାନ କରିବା ସହ ସଫଳ ପ୍ରସବ କରାନ୍ତି ଏବଂ ପ୍ରସବ ପରବର୍ତ୍ତୀ ସୁସ୍ଥତା କ୍ଷେତ୍ରରେ ସହାୟତା କରି ମା’ ଓ ନବଜାତ ଶିଶୁର ନିରାପତ୍ତା ତଥା ସୁସ୍ଥତା ସୁନିଶ୍ଚିତ କରନ୍ତି।

ଆବଶ୍ୟକ ଦକ୍ଷତା :
  • ଉତ୍ତମ ଚିକିତ୍ସାଗତ ଜ୍ଞାନ 

  • ଶୀଘ୍ର ନିଷ୍ପତ୍ତି ନେବାର କ୍ଷମତା

  • ସୂକ୍ଷ୍ମ ବିଷୟ ଉପରେ ଧ୍ୟାନ

  • ସହାନୁଭୂତି ଏବଂ ଦୟାଭାବ

  • ଉତ୍ତମ ଯୋଗାଯୋଗ ଏବଂ ରୋଗୀ ପରାମର୍ଶ ଦକ୍ଷତା

  • ଚାପରେ କାମ କରିବାର କ୍ଷମତା

ସଫଳତାର କାହାଣୀ

ଡକ୍ଟର ସୁଜାତା କର

ଓଡ଼ିଶାର ଭୁବନେଶ୍ୱରରୁ ଆସିଥିବା ଡକ୍ଟର ସୁଜାତା କର ଜଣେ ପ୍ରତିଷ୍ଠିତ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଯିଏ ମହିଳାମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟ ଏବଂ ବନ୍ଧ୍ୟାତ୍ୱ ଚିକିତ୍ସା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜଣାଶୁଣା । କଟକର ଏସସିବି (SCB) ମେଡିକାଲ କଲେଜରୁ ନିଜର MBBS ଏବଂ MD ସମ୍ପୂର୍ଣ୍ଣ କରିବା ପରେ, ସେ ବିଦେଶରେ ଲାପାରୋସ୍କୋପିକ୍ ସର୍ଜରୀ ଏବଂ ଆଇ.ଭି.ଏଫ୍. (IVF) କ୍ଷେତ୍ରରେ ଉଚ୍ଚତର ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ପୂର୍ବ ଓଡ଼ିଶାର ପ୍ରଥମ ଆଇ.ଭି.ଏଫ୍. କେନ୍ଦ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ପ୍ରତିଷ୍ଠା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହା ମାଧ୍ୟମରେ ସେ ହଜାର ହଜାର ଦମ୍ପତିଙ୍କୁ ସନ୍ତାନ ସୁଖ ପାଇବାରେ ସାହାଯ୍ୟ କରିଛନ୍ତି । ତାଙ୍କର ନିଷ୍ଠା, ଗବେଷଣା ଏବଂ ନୂତନ ଚିକିତ୍ସା ଶୈଳୀ ତାଙ୍କୁ ଏହି ଅଞ୍ଚଳରେ ପ୍ରସୂତି ଓ ସ୍ତ୍ରୀ ରୋଗ ଚିକିତ୍ସା କ୍ଷେତ୍ରରେ ଏକ ଆଦରଣୀୟ ତଥା ସମ୍ମାନଜନକ ନାମ ଭାବେ ପ୍ରତିଷ୍ଠିତ କରିପାରିଛି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ