
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 2120.0300
ପରିସଂଖ୍ୟାନବିତ୍ ହେଉଛନ୍ତି ଜଣେ ବୃତ୍ତିଗତ ବ୍ୟକ୍ତି, ଯିଏ ବାସ୍ତବ ଦୁନିଆର ସମସ୍ୟା ସମାଧାନ ପାଇଁ ସାଂଖ୍ୟିକ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଏବଂ ବ୍ୟାଖ୍ୟା କରନ୍ତି । ପରିସଂଖ୍ୟାନ ପଦ୍ଧତି ଏବଂ ସଫ୍ଟୱେୟାର ବ୍ୟବହାର କରି ସେମାନେ ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ସାମାଜିକ ବିଜ୍ଞାନ ଭଳି କ୍ଷେତ୍ରରେ ସର୍ଭେ ପ୍ରସ୍ତୁତ କରନ୍ତି, ପରୀକ୍ଷଣ କରନ୍ତି ଏବଂ ବିଭିନ୍ନ ଢାଞ୍ଚାର (Patterns) ମଡେଲ୍ ପ୍ରସ୍ତୁତ କରନ୍ତି । ପରିସଂଖ୍ୟାନବିତ୍ମାନେ ବିଭିନ୍ନ ସଂଗଠନ ଏବଂ ସରକାରମାନଙ୍କୁ ପ୍ରମାଣ-ଭିତ୍ତିକ ନିଷ୍ପତ୍ତି ନେବା, ଭବିଷ୍ୟତର ଧାରା (Trends) ପୂର୍ବାନୁମାନ କରିବା ଏବଂ ବିଭିନ୍ନ ନୀତି ତଥା କାର୍ଯ୍ୟକ୍ରମର ପ୍ରଭାବଶୀଳତା ମାପିବାରେ ସାହାଯ୍ୟ କରନ୍ତି।
ସମ୍ଭାବ୍ୟତା (Probability), ହାରାହାରି (Averages), ପ୍ରତିଶତ, ଗ୍ରାଫ୍, ହାଇପୋଥେସିସ୍ ଟେଷ୍ଟିଂ, ରିଗ୍ରେସନ୍, ଟାଇମ୍ ସିରିଜ୍ ଏବଂ ମୌଳିକ ତଥ୍ୟ ବିଶ୍ଳେଷଣ ଶିଖନ୍ତୁ।
R, Python, Excel ଏବଂ SQL - ଷ୍ଟ୍ରକଚର୍ଡ କ୍ୱେରୀ ଲାଙ୍ଗୁଏଜ୍ ରେ ଦକ୍ଷତା ହାସଲ କରନ୍ତୁ; SPSS - ଷ୍ଟାଟିଷ୍ଟିକାଲ୍ ପ୍ୟାକେଜ୍ ଫର୍ ଦି ସୋସିଆଲ୍ ସାଇନ୍ସେସ୍ , SAS - ଷ୍ଟାଟିଷ୍ଟିକାଲ୍ ଆନାଲିସିସ୍ ସିଷ୍ଟମ୍ କିମ୍ବା STATA ର ଜ୍ଞାନ ଥିଲେ ଭଲ।
ତଥ୍ୟ ସଂଗ୍ରହ ସମୟରେ ସର୍ବେକ୍ଷଣର ରୂପରେଖ (Survey design), ସାମ୍ପଲିଂ ଏବଂ ତ୍ରୁଟି ହ୍ରାସ ବିଷୟରେ ବୁଝନ୍ତୁ।
ଚାର୍ଟ, ଟେବୁଲ୍, ଡ୍ୟାଶବୋର୍ଡ ଏବଂ ରିପୋର୍ଟ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରନ୍ତୁ।
ରିଗ୍ରେସନ୍, ANOVA - ଆନାଲିସିସ୍ ଅଫ୍ ଭାରିଆନ୍ସ ଏବଂ ଟାଇମ୍-ସିରିଜ୍ ପୂର୍ବାନୁମାନ ବ୍ୟବହାର କରି ପୂର୍ବାନୁମାନ ମଡେଲ୍ (Predictive models) ତିଆରି କରନ୍ତୁ।
ସ୍ପଷ୍ଟ ରିପୋର୍ଟ ଲେଖନ୍ତୁ,ରେକର୍ଡ ବଜାୟ ରଖନ୍ତୁ ଏବଂ ନୈତିକ ଭାବରେ ତଥ୍ୟର ପରିଚାଳନା କରନ୍ତୁ।
ଭୁବନେଶ୍ୱରର ଜଣେ ପରିସଂଖ୍ୟାନବିତ୍ ଏବଂ ଡାଟା ସାଇଣ୍ଟିଷ୍ଟ ଶ୍ରୀକାନ୍ତ ପଟ୍ଟନାୟକ, ଇଞ୍ଜିନିୟରିଂ ଏବଂ ପରିଚାଳନା (Management) କ୍ଷେତ୍ରରେ ପରିସଂଖ୍ୟାନର ପ୍ରୟୋଗ କରି ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ କ୍ୟାରିୟର୍ ଗଢ଼ିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ନିଜର ବି.ଏସସି. (BSc) ଏବଂ ଏମ୍.ଏସସି.(MSc) ଶିକ୍ଷା ସମ୍ପୂର୍ଣ୍ଣ କରିବା ପରେ, ସେ ପିଏଚ୍.ଡି. ହାସଲ କରିଥିଲେ ଏବଂ ପରିସଂଖ୍ୟାନ ତଥା ସିଷ୍ଟମ୍ ରିସର୍ଚ୍ଚରେ ବିଶେଷଜ୍ଞତା ଲାଭ କରିଥିଲେ। ସେ ୫୦ରୁ ଅଧିକ ପୁସ୍ତକ ରଚନା କରିବା ସହ ବିଶ୍ୱସ୍ତରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି । ଏକ ସୁଦୃଢ଼ ଶିକ୍ଷାଗତ ଭିତ୍ତିଭୂମି କିପରି ପ୍ରଭାବଶାଳୀ ଗବେଷଣା ଏବଂ ପରାମର୍ଶଦାତା (Consulting) କ୍ୟାରିୟର୍ ଗଢ଼ିବାରେ ସହାୟକ ହୋଇଥାଏ, ତାଙ୍କର ଏହି ଯାତ୍ରା ତାହାର ଏକ ଶ୍ରେଷ୍ଠ ଉଦାହରଣ।
ପରିସଂଖ୍ୟାନବିତ୍ ତଥ୍ୟ-ଭିତ୍ତିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ଏବଂ ସେଗୁଡ଼ିକର ସମାଧାନ ପାଇଁ ଆନାଲିଟିକ୍ସ କନସଲ୍ଟିଂ ଫାର୍ମ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏ.ଆଇ.- କୃତ୍ରିମ ବୁଦ୍ଧିମତା) ମଡେଲ୍ କିମ୍ବା ବଜାର ଅନୁସନ୍ଧାନ ସେବା (Market research services) ଭଳି ପ୍ରତିଷ୍ଠାନ ଗଢ଼ି ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ । ତଥ୍ୟର ବ୍ୟାଖ୍ୟା, ପୂର୍ବାନୁମାନ ଏବଂ ନିଷ୍ପତ୍ତି ନେବାର ଦକ୍ଷତାକୁ ବ୍ୟବହାର କରି ସେମାନେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିପାରିବେ। ନେଟୱର୍କିଂ, ଶିଳ୍ପ କ୍ଷେତ୍ରର ଆବଶ୍ୟକତାକୁ ବୁଝିବା ଏବଂ ବ୍ୟବସାୟିକ ଜ୍ଞାନର ବିକାଶ କରିବା ଦ୍ୱାରା ପରିସଂଖ୍ୟାନ ସମ୍ବନ୍ଧୀୟ ଦକ୍ଷତାକୁ ଏକ ଲାଭଜନକ ଉଦ୍ୟୋଗ ଏବଂ ସଫଳ ଷ୍ଟାର୍ଟଅପ୍ରେ ପରିଣତ କରାଯାଇପାରିବ।
ଲୋକୋମୋଟର ଅକ୍ଷମତା (ଗମନାଗମନ ସମ୍ବନ୍ଧୀୟ)
ଶ୍ରବଣ ଶକ୍ତି ବାଧିତ
ସ୍ୱଳ୍ପ ଦୃଷ୍ଟିଶକ୍ତି କିମ୍ବା ଅନ୍ଧତ୍ୱ
ବାକ୍ ସମସ୍ୟା
ନିର୍ଦ୍ଦିଷ୍ଟ ଶିକ୍ଷଣ ଅକ୍ଷମତା
ଅଟିଜିମ୍ କିମ୍ବା ସମାନ ସ୍ନାୟୁଗତ ଭିନ୍ନତା (Neurodiverse conditions)
ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା
ସାମାନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟା