ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ନେଲ୍ ଟେକ୍ନିସିଆନ୍


ନେଲ୍ ଟେକ୍ନିସିଆନ୍

NCS Code: 5142.0203

ନେଲ୍ ଟେକ୍ନିସିଆନ୍ ନଖର ଆକୃତି ଦେବା, ସଫା କରିବା, ସଜାଇବା ଏବଂ ମାନିକ୍ୟୁୟର୍ (Manicure), ପେଡିକ୍ୟୁୟର୍  (Pedicure), ନେଲ୍ ଆର୍ଟ (Nail Art), ନେଲ୍ ଏକ୍ସଟେନସନ୍ ଏବଂ ସ୍ପା ସେବା ମାଧ୍ୟମରେ ହାତ ଓ ଗୋଡ଼ର ନଖର ଯତ୍ନ ନିଅନ୍ତି । ଏହି ବୃତ୍ତି ସାଧାରଣତଃ ସାଲୁନ୍, ସ୍ପା, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଫ୍ରିଲାନ୍ସ ସୌନ୍ଦର୍ଯ୍ୟ ସେବାରେ ଦେଖାଯାଏ । ଏଥିପାଇଁ ସ୍ୱଚ୍ଛତା, ଗ୍ରାହକଙ୍କ ଯତ୍ନ, ସାମଗ୍ରୀର ଜ୍ଞାନ ଏବଂ ଯନ୍ତ୍ରପାତି ଓ ରାସାୟନିକ ପଦାର୍ଥର ସାବଧାନତାପୂର୍ବକ ବ୍ୟବହାର ଆବଶ୍ୟକ ।

ଆବଶ୍ୟକ ଦକ୍ଷତା :
  • ଟିଖିନିଖି ବିଷୟ ପ୍ରତି ଧ୍ୟାନ (Attention to detail)

  • ସ୍ୱଚ୍ଛତା, ପରିମଳ ଏବଂ ସଂକ୍ରମଣ ନିୟନ୍ତ୍ରଣ ପ୍ରତି ସଚେତନତା

  • ଗ୍ରାହକଙ୍କ ସହ ଯୋଗାଯୋଗ ଏବଂ ସେବା ମନୋଭାବ

  • ନେଲ୍ ଆର୍ଟ ଏବଂ ଡିଜାଇନ୍ ପାଇଁ ସୃଜନଶୀଳତା

  • ସାମଗ୍ରୀର ଜ୍ଞାନ ଏବଂ ଯନ୍ତ୍ରପାତିର ନିରାପଦ ବ୍ୟବହାର

ସଫଳତାର କାହାଣୀ

ସୁଶ୍ରୀ ମିଶ୍ର

ନିଜର ସୃଜନଶୀଳ ଆଗ୍ରହରୁ ଜଣେ ଯୁବ ବୃତ୍ତିଗତରୁ ସଫଳ ଉଦ୍ୟୋଗୀ ହେବା ପର୍ଯ୍ୟନ୍ତ ସୁଶ୍ରୀ ମିଶ୍ରଙ୍କ ଯାତ୍ରା ତାଙ୍କର ଦୃଢ଼ ସଂକଳ୍ପ ଏବଂ ଦୂରଦୃଷ୍ଟିକୁ ପ୍ରତିଫଳିତ କରେ । ବ୍ୟବସାୟିକ ବିକାଶ ଏବଂ ଗ୍ରାହକ ଅଧିଗ୍ରହଣ (client acquisition) କ୍ଷେତ୍ରରେ ସାତ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସୁଶ୍ରୀ, ଭୁବନେଶ୍ୱରର ସୌନ୍ଦର୍ଯ୍ୟ ଶିଳ୍ପରେ ଏକ ଅଭାବ ଅନୁଭବ କରିଥିଲେ ଏବଂ ଓଡ଼ିଶାର ପ୍ରଥମ ପ୍ରିମିୟମ୍ ନେଲ୍ କେୟାର୍ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟରୁ ଅନ୍ୟତମ 'ଫ୍ୟାବକ୍ଲଜ୍ ବାଏ ସୁଶ୍ରୀ' (Fabclaws by Sushree) ପ୍ରତିଷ୍ଠା କରିଥିଲେ ।

ନେଲ୍ ଆର୍ଟ ପ୍ରତି ଥିବା ଦୁର୍ବଳତା ଏବଂ ନିଜର କିଛି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଇଚ୍ଛା ନେଇ ଆରମ୍ଭ କରି, ସେ ନିରନ୍ତର ଦକ୍ଷତା ବିକାଶ, ନୂତନତା ଏବଂ ଗ୍ରାହକ-କେନ୍ଦ୍ରିତ ଆଭିମୁଖ୍ୟ ମାଧ୍ୟମରେ ଧୀରେ ଧୀରେ ନିଜର ଏହି ଉଦ୍ୟୋଗକୁ ଏକ ପରିଚିତ ବ୍ରାଣ୍ଡ୍‌ରେ ପରିଣତ କରିଥିଲେ । ତାଙ୍କର ଏହି କାହାଣୀ ଦର୍ଶାଉଛି ଯେ କିପରି ନିରନ୍ତର ପ୍ରଚେଷ୍ଟା, ସୃଜନଶୀଳତା ଏବଂ ଉଦ୍ୟୋଗିକ ସାହସ ଏକ ଅଣପାରମ୍ପରିକ ବୃତ୍ତିକୁ ଏକ ସଫଳ ବ୍ୟବସାୟରେ ରୂପାନ୍ତରିତ କରିପାରେ ଏବଂ ଉଦୀୟମାନ ଶିଳ୍ପଗୁଡ଼ିକରେ ସୁଯୋଗ ଖୋଜିବା ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେଇପାରେ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ