ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଇଞ୍ଜିନିୟରିଂ ରେ

ବୃତ୍ତି

ଜେନେଟିକ୍ ଇଞ୍ଜିନିୟର


ଜେନେଟିକ୍ ଇଞ୍ଜିନିୟର

ଜେନେଟିକ୍ ଇଞ୍ଜିନିୟର ଜୀବନ୍ତ ପ୍ରାଣୀଙ୍କ DNA କିମ୍ବା RNA କୁ ବଦଳାଇ ସେମାନଙ୍କ ଗୁଣରେ ଉନ୍ନତି କିମ୍ବା ପରିବର୍ତ୍ତନ ଆଣନ୍ତି । ଚିକିତ୍ସା, କୃଷି ଏବଂ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ରରେ କାମ କରି, ରୋଗର ଚିକିତ୍ସା, ଫସଲ ଉନ୍ନତି ଏବଂ ଦୀର୍ଘସ୍ଥାୟୀ ଶିଳ୍ପ ପ୍ରକ୍ରିୟା ପାଇଁ ଅଭିନବ ସମାଧାନ ସୃଷ୍ଟି କରନ୍ତି।

ଆବଶ୍ୟକ ଦକ୍ଷତା :
  • ସମସ୍ୟା ସମାଧାନ ଦକ୍ଷତା

  • ସମାଲୋଚନାତ୍ମକ ଚିନ୍ତାଧାରା ଦକ୍ଷତା 

  • ସହଯୋଗ ଦକ୍ଷତା 

  • ଯୋଗାଯୋଗ ଦକ୍ଷତା

ସଫଳତାର କାହାଣୀ

ଡକ୍ଟର ମନ୍ଦାକିନୀ କବି

ଡକ୍ଟର ମନ୍ଦାକିନୀ କବି, ଓଡ଼ିଶାର ଜଣେ ବିଶିଷ୍ଟ ଉଦ୍ଭିଦ ପ୍ରଜନନକାରୀ (plant breeder) ଏବଂ ଜେନେଟିସିଷ୍ଟ ମୋଲିକୁଲାର ପ୍ଲାଣ୍ଟ ବ୍ରିଡିଂ ଏବଂ ଜେନେଟିକ୍ ଇଞ୍ଜିନିୟରିଂ ମାଧ୍ୟମରେ ଫସଲ ଉନ୍ନତି ପାଇଁ ତାଙ୍କର ଅବଦାନ ପାଇଁ ବେଶ୍ ଜଣାଶୁଣା । ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (OUAT) ର କଲେଜ ଅଫ୍ ଏଗ୍ରିକଲଚରରୁ ପ୍ଲାଣ୍ଟ ବ୍ରିଡିଂ ଆଣ୍ଡ ଜେନେଟିକ୍ସରେ ପିଏଚ୍.ଡି. ହାସଲ କରିଛନ୍ତି । ତାଙ୍କ ଗବେଷଣା ଜୈବିକ ଏବଂ ଅଜୈବିକ ଚାପ ପ୍ରତିରୋଧ (biotic and abiotic stress resistance), ମ୍ୟୁଟେସନ୍ ବ୍ରିଡିଂ ଏବଂ ସାଇଟୋଜେନେଟିକ୍ସ ଉପରେ କେନ୍ଦ୍ରୀଭୂତ । ଡକ୍ଟର କବି ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି, ଯେଉଁଥିରେ OUAT ୟୁନିଭର୍ସିଟି ଏବଂ ଶ୍ୟାମାନନ୍ଦ ସ୍ମାରକୀ  ସ୍ୱର୍ଣ୍ଣ ପଦକ ପାଇବା ସହ  ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଇନ୍‌ସ୍ପାୟାର (INSPIRE) ଫେଲୋସିପ୍ ମଧ୍ୟ  ପାଇଥିଲେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ