ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ନିରପେକ୍ଷ କ୍ଷେତ୍ର ରେ

ବୃତ୍ତି

ଜନନୀତି ବିଶ୍ଳେଷକ


ଜନନୀତି ବିଶ୍ଳେଷକ

NCS Code: 2422.0200

ଜନନୀତି ବିଶ୍ଳେଷକ (ପବ୍ଲିକ ପଲିସି ଆନାଲିଷ୍ଟ), ସାମାଜିକ, ଅର୍ଥନୈତିକ ଏବଂ ଶାସନ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ନୀତିର ଗବେଷଣା, ମୂଲ୍ୟାଙ୍କନ ଏବଂ ରୂପରେଖ ପ୍ରସ୍ତୁତ କରନ୍ତି। ସେମାନେ ତଥ୍ୟ (Data) ବିଶ୍ଳେଷଣ କରନ୍ତି, ଚାଲୁ ରହିଥିବା ବିଭିନ୍ନ ସରକାରୀ ଯୋଜନାର ପ୍ରଭାବକୁ ପରଖନ୍ତି ଏବଂ ସରକାର, ସଂସ୍ଥା ତଥା ଥିଙ୍କ୍-ଟ୍ୟାଙ୍କ (Think tanks) ଗୁଡ଼ିକୁ ପ୍ରମାଣ-ଭିତ୍ତିକ ସୁପାରିଶ ପ୍ରଦାନ କରନ୍ତି। ସୁଦୃଢ଼ ବିଶ୍ଳେଷଣାତ୍ମକ ଏବଂ ଯୋଗାଯୋଗ ଦକ୍ଷତା ସହିତ, ଜନନୀତି ବିଶ୍ଳେଷକମାନେ ପ୍ରଭାବଶାଳୀ ନୀତି ପ୍ରଣୟନ କରିବାରେ, ଜନସେବାରେ ଉନ୍ନତି ଆଣିବାରେ ଏବଂ ନିରନ୍ତର ପ୍ରଗତି ତଥା ବିକାଶକୁ ଆଗେଇ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।

ଆବଶ୍ୟକ ଦକ୍ଷତା :
  • ଦୃଢ ବିଶ୍ଳେଷଣାତ୍ମକ ଏବଂ ସମାଲୋଚନାତ୍ମକ ଚିନ୍ତାଧାରା

  • ଅନୁସନ୍ଧାନ ଏବଂ ରିପୋର୍ଟ ଲିଖନ ଦକ୍ଷତା

  • ଅର୍ଥଶାସ୍ତ୍ର, ରାଜନୀତି ଏବଂ ଶାସନ ବ୍ୟବସ୍ଥା (ଗଭର୍ଣ୍ଣାନ୍ସ) ବିଷୟରେ ବୁଝାମଣା

  • ତଥ୍ୟର ବ୍ୟାଖ୍ୟା ଏବଂ ମୌଳିକ ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍ସ) ଜ୍ଞାନ

  • ଯୋଗାଯୋଗ ଏବଂ ଉପସ୍ଥାପନା ଦକ୍ଷତା

  • ସମସ୍ୟା ସମାଧାନର କ୍ଷମତା

  • ସୂକ୍ଷ୍ମ ବିବରଣୀ ପ୍ରତି ଧ୍ୟାନ

  • ସାମ୍ପ୍ରତିକ ଘଟଣାବଳୀ ବିଷୟରେ ସଚେତନତା

ସଫଳତାର କାହାଣୀ

ଅରବିନ୍ଦ କୁମାର ପାଢ଼ୀ

ଓଡ଼ିଶାର ବରଗଡ଼ର ଜଣେ ସମ୍ମାନିତ ଆଇ.ଏ.ଏସ୍ (ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍) ଅଫିସର ଅରବିନ୍ଦ କୁମାର ପାଢ଼ୀ, ଏକ ସାଧାରଣ ଚାଷୀ ପରିବାରରୁ ଆସି ଖାଦ୍ୟ ସୁରକ୍ଷା ଏବଂ ଗ୍ରାମୀଣ ନୀତି କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି କରିଛନ୍ତି । ପିଲାଦିନରୁ କୃଷି କ୍ଷେତ୍ରର ଆହ୍ୱାନଗୁଡ଼ିକୁ ଅତି ନିକଟରୁ ଦେଖିଥିବା ଯୋଗୁଁ, ଗବେଷଣାକୁ ପ୍ରଶାସନ ସହିତ ଯୋଡ଼ିବା ତାଙ୍କର ମୂଳ ଲକ୍ଷ୍ୟ ସାଜିଥିଲା । କୃଷି ଅର୍ଥନୀତିରେ ପି.ଏଚ୍.ଡି (PhD) ହାସଲ କରିବା ପରେ ସେ  ଆଇ.ସି.ଆର୍.ଆଇ.ଏସ୍.ଏ.ଟି. (ICRISAT- International Crops Research Institute for the Semi-Arid Tropics) ଭଳି ସଂସ୍ଥା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛ । ତାଙ୍କର ପ୍ରମୁଖ ପଦକ୍ଷେପ 'ଓଡ଼ିଶା ମିଲେଟ୍ ମିଶନ' (Odisha Millet Mission), ଜଳବାୟୁ-ସହନଶୀଳ ଚାଷକୁ ପ୍ରୋତ୍ସାହିତ କରିବା ଏବଂ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ