
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 3253.0200
ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ହେଉଛନ୍ତି ଜନସ୍ୱାସ୍ଥ୍ୟ କ୍ଷେତ୍ରର ଆଗ ଧାଡ଼ିର କର୍ମଚାରୀ, ଯିଏ ସାଧାରଣ ଜନତା ବା ସମୁଦାୟକୁ ସ୍ୱାସ୍ଥ୍ୟସେବା ସହିତ ଯୋଡ଼ିଥାନ୍ତି । ସେମାନେ ଲୋକମାନଙ୍କୁ ରୋଗ ପ୍ରତିରୋଧ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ , ସ୍ୱଚ୍ଛତା ଏବଂ ଟୀକାକରଣ ବିଷୟରେ ଶିକ୍ଷା ଦେଇଥାନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀମାନେ ସ୍ୱାସ୍ଥ୍ୟ ସର୍ବେକ୍ଷଣ, ପ୍ରାଥମିକ ଚିକିତ୍ସା ସହାୟତା ଏବଂ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ସାହାଯ୍ୟ କରନ୍ତି, ଯାହା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟସେବାର ପହଞ୍ଚକୁ ସୁଦୃଢ଼ କରିବା ସହ ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଥାଏ ।
ଯୋଗାଯୋଗ ଏବଂ ଆନ୍ତଃବ୍ୟକ୍ତିକ ଦକ୍ଷତା
ସହାନୁଭୂତି ଏବଂ ଦୟାଭାବ
ସାମାଜିକ କିମ୍ବା ଗୋଷ୍ଠୀଗତ ସହଭାଗିତା
ପ୍ରାଥମିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ
ସମସ୍ୟା ସମାଧାନ କ୍ଷମତା
ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆଶା (ASHA - ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ) କର୍ମୀ ମାଟିଲଡା କୁଲୁ, ଗୋଷ୍ଠୀ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ତାଙ୍କର ଅସୀମ ନିଷ୍ଠା ସକାଶେ ବେଶ୍ ଜଣାଶୁଣା । ଦୂରଦୂରାନ୍ତର ଗ୍ରାମାଞ୍ଚଳରେ କାର୍ଯ୍ୟ କରି, ସେ ନିୟମିତ ଭାବେ ଘରକୁ ଘର ବୁଲି ମାତୃ ସ୍ୱାସ୍ଥ୍ୟ, ଶିଶୁ ଟୀକାକରଣ, ପୁଷ୍ଟିସାଧନ ଏବଂ ସ୍ୱଚ୍ଛତା ବିଷୟରେ ସଚେତନତା ସୃଷ୍ଟି କରନ୍ତି । ତାଙ୍କର ନିରନ୍ତର ପ୍ରଚେଷ୍ଟା ଅନେକ ପରିବାରକୁ ହସ୍ପିଟାଲ୍ ରେ ପ୍ରସବ ଏବଂ ସଠିକ୍ ଚିକିତ୍ସା ସେବା ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଛି । ତାଙ୍କର ଏହି ଅତୁଳନୀୟ ସେବା ପାଇଁ ସେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି, ଯାହା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିପାଦିତ କରେ।
ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ପାଠ୍ୟକ୍ରମଗୁଡ଼ିକ ପାଇଁ ସାଧାରଣତଃ କୌଣସି ଜାତୀୟ ବା ରାଜ୍ୟ ସ୍ତରୀୟ ପ୍ରବେଶିକା ପରୀକ୍ଷାର ଆବଶ୍ୟକତା ନଥାଏ।
ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀମାନେ ନିଜସ୍ୱ ସାମାଜିକ ସ୍ୱାସ୍ଥ୍ୟ ସଚେତନତା ସଂଗଠନ, ଏନଜିଓ (NGO) ମାଧ୍ୟମରେ ବିଭିନ୍ନ ପଦକ୍ଷେପ କିମ୍ବା ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିପାରିବେ । ସେମାନେ ସ୍ୱାସ୍ଥ୍ୟ ସେବା ପରାମର୍ଶ , ପୁଷ୍ଟିସାଧନ ସଚେତନତା, ମାତୃ ସ୍ୱାସ୍ଥ୍ୟ ସହାୟତା ଏବଂ ରୋଗ ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଅଭିଯାନ ଭଳି ସେବା ଯୋଗାଇ ଦେଇପାରିବେ । ନିଜର ବାସ୍ତବ ଅଭିଜ୍ଞତା ବଳରେ, ସେମାନେ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ପହଞ୍ଚକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ବେସରକାରୀ ସଂଗଠନ (NGOs), ଜନସ୍ୱାସ୍ଥ୍ୟ ସଂସ୍ଥା ଏବଂ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରିପାରିବେ।
ଅସ୍ଥିଶଲ୍ୟ ବା ଶାରୀରିକ ଅକ୍ଷମତା - ଗମନାଗମନ ସହାୟତା ମାଧ୍ୟମରେ ସାମାଜିକ ସଚେତନତା ଓ ଜନସମ୍ପର୍କ ଭୂମିକାରେ କାର୍ଯ୍ୟ କରିବା ସମ୍ଭବ।
ସାମାନ୍ୟ ଶିକ୍ଷଣ ଅକ୍ଷମତା - ସୁସଂଗଠିତ ପ୍ରଶିକ୍ଷଣ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଦ୍ୱାରା ଏହାକୁ ପରିଚାଳନା କରାଯାଇପାରିବ।
ଆଂଶିକ ଦୃଷ୍ଟି ଶକ୍ତି ବାଧିତ - ସହାୟକ ଉପକରଣ ବ୍ୟବହାର କରି କିଛି ସ୍ୱାସ୍ଥ୍ୟ ଶିକ୍ଷା ଏବଂ ସହାୟତା ସମ୍ବନ୍ଧୀୟ କାର୍ଯ୍ୟ କରାଯାଇପାରିବ।