
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 2523.0501
ଜଣେ କମ୍ପ୍ୟୁଟର ହାର୍ଡ଼ୱେୟର ଇଞ୍ଜିନିୟର କମ୍ପ୍ୟୁଟରର ବିଭିନ୍ନ ହାର୍ଡ଼ୱେୟର ପାର୍ଟ ବା ଉପକରଣ ଯେପରିକି ପ୍ରୋସେସର୍, ସର୍କିଟ୍ ବୋର୍ଡ, ମେମୋରୀ ଡିଭାଇସ୍, ଚିପ୍, ରାଉଟର୍ ଏବଂ ପେରିଫେରାଲ୍ସ (ପାର୍ଶ୍ୱବର୍ତ୍ତୀ ଯନ୍ତ୍ରାଂଶ) ର ଗବେଷଣା, ଡିଜାଇନ୍, ବିକାଶ ଏବଂ ପରୀକ୍ଷା କରିଥାନ୍ତି । ସେମାନେ ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଏବଂ ଆଇଟି (IT) ଶିଳ୍ପଗୁଡ଼ିକରେ VLSI ଡିଜାଇନ୍, ଏମ୍ବେଡେଡ୍ ସିଷ୍ଟମ୍ , ମାଇକ୍ରୋପ୍ରୋସେସର୍ ଆର୍କିଟେକ୍ଚର ଏବଂ ହାର୍ଡୱେର୍-ସଫ୍ଟୱେର୍ ସମନ୍ୱୟ ଉପରେ କାର୍ଯ୍ୟ କରନ୍ତି।
ବିଶ୍ଳେଷଣାତ୍ମକ ଚିନ୍ତାଧାରା
ବୈଷୟିକ ଦକ୍ଷତା
ଆନ୍ତଃବ୍ୟକ୍ତିକ ଏବଂ ପରିଚାଳନା ଦକ୍ଷତା
ସମସ୍ୟା ସମାଧାନ
ଓଡ଼ିଶାର ଜଣେ କମ୍ପ୍ୟୁଟର ହାର୍ଡ଼ୱେୟର ଇଞ୍ଜିନିୟର ସରଜୁ ମହାନ୍ତି ହେଉଛନ୍ତି ସଫଳତାର ଏକ ଅନନ୍ୟ ପ୍ରେରଣାଦାୟୀ କାହାଣୀ, ଯିଏ ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ଡିଜାଇନ୍ ଏବଂ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି । ଓଡ଼ିଶାରେ ଜନ୍ମ ଏବଂ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ମହାନ୍ତି, ଭୁବନେଶ୍ୱରର କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET, ବର୍ତ୍ତମାନର OUTR) ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଆଇଆଇଏସସି (IISc) ବାଙ୍ଗାଲୋରରୁ ସ୍ନାତକୋତ୍ତର ଏବଂ ସାଉଥ୍ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି (Ph.D.) ଡିଗ୍ରୀ ହାସଲ କରିଥିଲେ।
ବର୍ତ୍ତମାନ ଉତ୍ତର ଟେକ୍ସାସ୍ ବିଶ୍ୱବିଦ୍ୟାଳୟ (University of North Texas) ରେ ଜଣେ ପ୍ରଫେସର ଭାବେ କାର୍ଯ୍ୟରତ ଶ୍ରୀ ମହାନ୍ତି, ନାନୋଇଲେକ୍ଟ୍ରୋନିକ୍ସ , ମିକ୍ସଡ୍-ସିଗନାଲ୍ ସିଷ୍ଟମ୍ ଡିଜାଇନ୍ ଏବଂ ହାର୍ଡୱେର୍-ଆସିଷ୍ଟେଡ୍ ସୁରକ୍ଷା ଉପରେ ତାଙ୍କର ଗବେଷଣାତ୍ମକ କାର୍ଯ୍ୟ ପାଇଁ ବେଶ୍ ପ୍ରସିଦ୍ଧ । ସେ ସୁରକ୍ଷିତ ଡିଜିଟାଲ୍ ସିଷ୍ଟମ୍ ଏବଂ ଶକ୍ତି-କୁଶଳୀ (Energy-efficient) ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଅନେକ ଅଭିନବ ଉଦ୍ଭାବନ କରିଛନ୍ତି । ସେ ଅନେକ ପ୍ରଭାବଶାଳୀ ପୁସ୍ତକ ରଚନା କରିବା ସହ 'IEEE-CS-TCVLSI ଲିଡରସିପ୍ ଆୱାର୍ଡ' ଭଳି ପ୍ରତିଷ୍ଠିତ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ପ୍ରଯୁକ୍ତିବିଦ୍ୟା ଦୁନିଆରେ ବିଶ୍ୱସ୍ତରୀୟ ସଫଳତା ପାଇବାକୁ ଲକ୍ଷ୍ୟ ରଖିଥିବା ଓଡ଼ିଶାର ଆଶାୟୀ ଇଞ୍ଜିନିୟରମାନଙ୍କ ପାଇଁ ସେ ଏକ ବଡ଼ ପ୍ରେରଣା ପାଲଟିଛନ୍ତି।
କମ୍ପ୍ୟୁଟର ହାର୍ଡ଼ୱେୟର ଇଞ୍ଜିନିୟରମାନେ ନିଜସ୍ୱ ହାର୍ଡୱେର୍ ପରାମର୍ଶଦାତା ସଂସ୍ଥା , ଇଲେକ୍ଟ୍ରୋନିକ୍ସ ମରାମତି ଓ ରକ୍ଷଣାବେକ୍ଷଣ ବ୍ୟବସାୟ, ଏମ୍ବେଡେଡ୍ ସିଷ୍ଟମ୍ ଡିଜାଇନ୍ ଫାର୍ମ କିମ୍ବା ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍ ଆରମ୍ଭ କରିପାରିବେ । ଭାରତରେ 'ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍' ଏବଂ IoT (ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ) ଓ ସ୍ମାର୍ଟ ଡିଭାଇସ୍ଗୁଡ଼ିକର ଚାହିଦାକୁ ଦୃଷ୍ଟିରେ ରଖି, ଦକ୍ଷ ହାର୍ଡୱେର୍ ବୃତ୍ତିଗତମାନେ ପ୍ରଡକ୍ଟ-ଭିତ୍ତିକ ଷ୍ଟାର୍ଟଅପ୍ ଗଢ଼ିପାରିବେ, PCB ଡିଜାଇନ୍ ସେବା ପ୍ରଦାନ କରିପାରିବେ କିମ୍ବା ସ୍ୱାସ୍ଥ୍ୟସେବା, କୃଷି ଏବଂ ଅଟୋମୋଟିଭ୍ ଭଳି ଶିଳ୍ପଗୁଡ଼ିକ ପାଇଁ କଷ୍ଟମ୍ ଏମ୍ବେଡେଡ୍ ସମାଧାନ ବିକଶିତ କରିପାରିବେ।
ଶ୍ରବଣ ଶକ୍ତି ବାଧିତ ବ୍ୟକ୍ତି
ଦୃଷ୍ଟି ଶକ୍ତି ବାଧିତ ବ୍ୟକ୍ତି (ଆଂଶିକ କିମ୍ବା ସମ୍ପୂର୍ଣ୍ଣ)
ସ୍ନାୟୁଗତ ଭିନ୍ନତା ଥିବା ବ୍ୟକ୍ତି (ଅଟିଜିମ୍, ADHD, ଡିସଲେକ୍ସିଆ ଇତ୍ୟାଦି)