
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 5111.0200
ଏୟାରପୋର୍ଟ ଗ୍ରାଉଣ୍ଡ ଷ୍ଟାଫ୍ (ବିମାନ ବନ୍ଦର କର୍ମଚାରୀ) ବିମାନ ବନ୍ଦରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଦାୟୀ ଅଟନ୍ତି । ସେମାନେ ଯାତ୍ରୀମାନଙ୍କୁ ଚେକ୍-ଇନ୍, ବୋର୍ଡିଂ, ବ୍ୟାଗେଜ୍ ହ୍ୟାଣ୍ଡଲିଂ (ଜିନିଷପତ୍ର ପରିଚାଳନା), ଟିକେଟ୍ ଏବଂ ଗ୍ରାହକ ସେବା କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି । ସେମାନେ ବିମାନ ବନ୍ଦରରେ ଏୟାରଲାଇନ୍ସର ମୁଖ୍ୟ ପ୍ରତିନିଧି ଭାବରେ କାର୍ଯ୍ୟ କରନ୍ତି ଏବଂ ଯାତ୍ରୀଙ୍କ ବିମାନ ବନ୍ଦରର ଅନୁଭୂତି ତଥା ସୁରକ୍ଷା ନିୟମାବଳୀର ଅନୁପାଳନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ।
ଉତ୍ତମ ଯୋଗାଯୋଗ ଏବଂ ପାରସ୍ପରିକ ସମ୍ପର୍କ ସ୍ଥାପନ ଦକ୍ଷତା
ଗ୍ରାହକ ସେବା ମନୋଭାବ
ସମସ୍ୟା ସମାଧାନର କ୍ଷମତା
ଦଳଗତ କାର୍ଯ୍ୟ ଏବଂ ସମନ୍ୱୟ ରକ୍ଷା
ମୌଳିକ କମ୍ପ୍ୟୁଟର ଜ୍ଞାନ
ଚାପ ମଧ୍ୟରେ ଏକାଧିକ କାର୍ଯ୍ୟ କରିବାର ଦକ୍ଷତା
ସୂକ୍ଷ୍ମ ବିବରଣୀ ପ୍ରତି ଧ୍ୟାନ ଦେବା
ବିମାନ ଚଳାଚଳ ନିୟମ ଏବଂ ସୁରକ୍ଷା ପ୍ରଣାଳୀ ବିଷୟରେ ଜ୍ଞାନ
ମାରିଆ ପଲ୍, ନୂଆଦିଲ୍ଲୀର ଜଣେ ଯୁବ ଛାତ୍ରୀ, ନିଜ ପାଠପଢ଼ା ଜାରି ରଖିବା ସହିତ ନିଜ ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ଶୀଘ୍ର ରୋଜଗାର କରିବାକୁ ଚାହୁଁଥିଲେ। କ୍ୟାରିୟର୍ ବିଷୟରେ ସୀମିତ ଜ୍ଞାନ ଥିଲେ ହେଁ, ସେ ଏକ ଘରୋଇ ଅନୁଷ୍ଠାନରୁ ଏକ ସ୍ୱଳ୍ପକାଳୀନ ବିମାନ ଚଳାଚଳ ତାଲିମ ପାଠ୍ୟକ୍ରମ (Aviation Training) ବାଛିଥିଲେ । ଏହା ସମ୍ପୂର୍ଣ୍ଣ କରିବା ପରେ, ସେ ଜଣେ ଗ୍ରାଉଣ୍ଡ ଷ୍ଟାଫ୍ ଭାବରେ ଏକ ଆନ୍ତର୍ଜାତୀୟ ଏୟାରଲାଇନ୍ସରେ ଯୋଗ ଦେଇଥିଲେ, ସେଠାରେ ସେ ଯାତ୍ରୀମାନଙ୍କୁ ଚେକ୍-ଇନ୍, ବ୍ୟାଗେଜ୍ ପରିଚାଳନା ଏବଂ ବୋର୍ଡିଂରେ ସାହାଯ୍ୟ କରିବା ସହ ବେଳେବେଳେ ଭି.ଆଇ.ପି. - ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି [VIP (Very Important Person)] ଯାତ୍ରୀମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତି । ମାରିଆ ବିଭିନ୍ନ ପୃଷ୍ଠଭୂମିର ଲୋକଙ୍କୁ ଭେଟିବା ଏବଂ ସେମାନଙ୍କ ଯାତ୍ରାକୁ ଆରାମଦାୟକ କରିବାକୁ ଭଲ ପାଆନ୍ତି। ତାଙ୍କ କାହାଣୀ ଦର୍ଶାଏ ଯେ କିପରି ଛାତ୍ରଛାତ୍ରୀମାନେ କିପରି ଅଳ୍ପ ବୟସରୁ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରି ଏକ ସ୍ଥାୟୀ ଏବଂ ସମ୍ମାନଜନକ କ୍ୟାରିୟର୍ ଗଢ଼ିପାରିବେ।
ଏୟାରପୋର୍ଟ ଗ୍ରାଉଣ୍ଡ ଷ୍ଟାଫ୍ କ୍ଷେତ୍ରରେ ଉଦ୍ୟୋଗିତା (Entrepreneurship)ର ଅର୍ଥ ହେଉଛି ଏକ ସେବା ବ୍ୟବସାୟ ଆରମ୍ଭ କରିବା ଯାହା ଯାତ୍ରୀ ପରିଚାଳନା, ବ୍ୟାଗେଜ୍ (ସାମଗ୍ରୀ) ସେବା କିମ୍ବା ଲଜିଷ୍ଟିକ୍ସ ପରି ବିମାନବନ୍ଦର କାର୍ଯ୍ୟକୁ ସହାୟତା କରେ । ଶିଳ୍ପ କ୍ଷେତ୍ରରେ ଅଭିଜ୍ଞତା, ସଠିକ୍ ଲାଇସେନ୍ସ ଏବଂ ଦୃଢ ପରିଚାଳନା ଦକ୍ଷତା ସହିତ, ଆପଣ ବିମାନ ସଂସ୍ଥାଗୁଡ଼ିକ (Airlines) ସହ ସହଭାଗିତା ସ୍ଥାପନ କରିପାରିବେ ଏବଂ ନିଜର ଏକ ବିମାନ ବନ୍ଦର ସେବା ପ୍ରଦାନକାରୀ କମ୍ପାନୀ ଗଢ଼ିପାରିବେ ।
ଶାରୀରିକ ଅକ୍ଷମତା
ଶ୍ରବଣ ଶକ୍ତି ବାଧିତ
ଦୃଷ୍ଟି ଶକ୍ତି ବାଧିତ
ଶିକ୍ଷଣ ଅକ୍ଷମତା
ସୀମିତ ଗତିଶୀଳତା
ନ୍ୟୁରୋଡାଇଭର୍ସ ବ୍ୟକ୍ତି