ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ନିରପେକ୍ଷ କ୍ଷେତ୍ର ରେ

ବୃତ୍ତି

ଇଣ୍ଟିରିୟର୍ ଡିଜାଇନର୍


ଇଣ୍ଟିରିୟର୍ ଡିଜାଇନର୍

NCS Code: 3432.0100

ଜଣେ ଇଣ୍ଟିରିୟର୍ ଡିଜାଇନର୍ ଘର ଭିତରର ସ୍ଥାନଗୁଡ଼ିକୁ କାର୍ଯ୍ୟକ୍ଷମ, ସୁରକ୍ଷିତ ଏବଂ ଦୃଷ୍ଟି ଆକର୍ଷଣକାରୀ କରିବା ପାଇଁ ଯୋଜନା ଏବଂ ଡିଜାଇନ୍ କରନ୍ତି । ସେମାନେ ଘର, କାର୍ଯ୍ୟାଳୟ, ହୋଟେଲ୍ ଏବଂ ବ୍ୟବସାୟିକ ସ୍ଥାନଗୁଡ଼ିକ ଉପରେ କାର୍ଯ୍ୟ କରନ୍ତି । ସେମାନଙ୍କ କାର୍ଯ୍ୟରେ ରଙ୍ଗ, ଆସବାବପତ୍ର, ଆଲୋକ ଏବଂ ସାମଗ୍ରୀ ଚୟନ କରିବା ସହିତ ସ୍ଥାନର ସଠିକ୍ ଉପଯୋଗ ଏବଂ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ଅନ୍ତର୍ଭୁକ୍ତ ।

ଆବଶ୍ୟକ ଦକ୍ଷତା :
  • ସୃଜନଶୀଳତା ଏବଂ ଡିଜାଇନ୍ ଦକ୍ଷତା

  • ଦୃଢ ବିଶ୍ଳେଷଣାତ୍ମକ ଦକ୍ଷତା

  • ସମସ୍ୟା ସମାଧାନ ଦକ୍ଷତା

  • ଯୋଗାଯୋଗ ଏବଂ ଉପସ୍ଥାପନା ଦକ୍ଷତା

  • ବୈଷୟିକ ଚିତ୍ରାଙ୍କନ ଏବଂ ଭିଜୁଆଲାଇଜେସନ୍ (ଦୃଶ୍ୟକଳ୍ପ) ଦକ୍ଷତା

  • କମ୍ପ୍ୟୁଟର ଦକ୍ଷତା [ଅଟୋକାଡ୍ (AutoCAD), ସ୍କେଚ୍ ଅପ୍ (SketchUp), ୩ଡି (3D) ଉପକରଣ]

  • ପ୍ରକଳ୍ପ ପରିଚାଳନା ଦକ୍ଷତା

ସଫଳତାର କାହାଣୀ

ସୁନୀତା କୋହଲି

ସୁନୀତା କୋହଲି ଜଣେ ପ୍ରତିଷ୍ଠିତ ଭାରତୀୟ ଇଣ୍ଟିରିୟର୍ ଡିଜାଇନର୍ ଏବଂ ସ୍ଥାପତ୍ୟ ପୁନରୁଦ୍ଧାରକାରୀ (Architectural Restorer), ଯିଏ ଐତିହ୍ୟ ସମ୍ପନ୍ନ ଅଟ୍ଟାଳିକାଗୁଡ଼ିକର ସଂରକ୍ଷଣ ପାଇଁ ବେଶ୍ ପରିଚିତ । ରାଷ୍ଟ୍ରପତି ଭବନ ଏବଂ ସଂସଦ ଭବନର ପୁନରୁଦ୍ଧାର କାର୍ଯ୍ୟରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 'K2India' ର ପ୍ରତିଷ୍ଠାତା ଭାବରେ ସେ ପାରମ୍ପରିକ କାରିଗରୀ ସହିତ ଆଧୁନିକ ସୌନ୍ଦର୍ଯ୍ୟବୋଧକୁ ସମନ୍ୱିତ କରନ୍ତି । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁନୀତାଙ୍କ ପ୍ରତ୍ୟେକ କାର୍ଯ୍ୟରେ ଭାରତର ସାଂସ୍କୃତିକ ସମୃଦ୍ଧତା ଏବଂ ଡିଜାଇନ୍ କ୍ଷେତ୍ରରେ ଉତ୍କର୍ଷତା ପ୍ରତିଫଳିତ ହୋଇଥାଏ। ସଂରକ୍ଷଣ-ଭିତ୍ତିକ ଇଣ୍ଟିରିୟର୍ ଡିଜାଇନ୍ କ୍ଷେତ୍ରରେ ସେ ଜଣେ ଅଗ୍ରଦୂତ ଭାବରେ ମାନ୍ୟତା ପାଇଛନ୍ତି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ