ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ମନୋବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ରେ

ବୃତ୍ତି

ଅପରାଧ ବିଜ୍ଞାନୀ


ଅପରାଧ ବିଜ୍ଞାନୀ

NCS Code: 2632.0500

ଅପରାଧ ବିଜ୍ଞାନୀ ମାନେ ଅପରାଧର ଉତ୍ପତ୍ତି, ପ୍ରକୃତି, ଶୈଳୀ ଏବଂ ଏହାର କାରଣଗୁଡ଼ିକ ଉପରେ ଅଧ୍ୟୟନ କରନ୍ତି ଏବଂ ଏହାକୁ ରୋକିବା ପାଇଁ ଉପାୟମାନ ପରାମର୍ଶ ଦିଅନ୍ତି । ସେମାନେ ଅପରାଧ ସମ୍ବନ୍ଧୀୟ ତଥ୍ୟ, ସାମାଜିକ ସ୍ଥିତି, ପୀଡ଼ିତ (Victim) ଓ ଅପରାଧୀଙ୍କ ଆଚରଣ ଏବଂ ନ୍ୟାୟ ପ୍ରଣାଳୀର ପ୍ରତିକ୍ରିୟାକୁ ଅନୁଧ୍ୟାନ କରନ୍ତି । ଅପରାଧ ବିଜ୍ଞାନୀମାନେ ଗବେଷଣା, ନୀତି ନିର୍ଦ୍ଧାରଣ, ପୋଲିସ ସେବା ସହାୟତା, ସଂଶୋଧନ ଗୃହ , ଶିକ୍ଷାଦାନ, ସାଇବର ଅପରାଧ ଶାଖା ଏବଂ ଏନଜିଓ ଗୁଡ଼ିକରେ କାର୍ଯ୍ୟ କରିଥାନ୍ତି।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣାତ୍ମକ ଚିନ୍ତାଧାରା ଏବଂ ସୂକ୍ଷ୍ମ ବିଷୟ ଉପରେ ଧ୍ୟାନ।

  • ଗବେଷଣା ଏବଂ ତଥ୍ୟର ବ୍ୟାଖ୍ୟା (Data interpretation) କରିବାର କ୍ଷମତା।

  • ସମସ୍ୟା ସମାଧାନ ଏବଂ ସମାଲୋଚନାତ୍ମକ ଯୁକ୍ତିଯୁକ୍ତ ଚିନ୍ତାଧାରା ।

  • ସ୍ପଷ୍ଟ ଲିଖିତ ଏବଂ ମୌଖିକ ଯୋଗାଯୋଗ ଦକ୍ଷତା।

  • ନୈତିକ ବିଚାର, ଗୋପନୀୟତା ଏବଂ ନିରପେକ୍ଷତା।

  • ଦଳଗତ କାର୍ଯ୍ୟ, ସାକ୍ଷାତକାର ନେବା ଏବଂ ରିପୋର୍ଟ ଲେଖିବା ଦକ୍ଷତା ।

ସଫଳତାର କାହାଣୀ

ଡଃ ସତ୍ୟଜିତ ମହାନ୍ତି

ଡଃ ସତ୍ୟଜିତ ମହାନ୍ତିଙ୍କ ଯାତ୍ରା ପ୍ରତିଫଳିତ କରେ ଯେ କିପରି ପୋଲିସ ସେବାର ବ୍ୟାବହାରିକ ଅଭିଜ୍ଞତା ପ୍ରଭାବଶାଳୀ ଅପରାଧ ଗବେଷଣା ଏବଂ ସଂସ୍କାରରେ ପରିଣତ ହୋଇପାରେ । ଓଡ଼ିଶାର ୧୯୮୮ ବ୍ୟାଚ୍‌ର ଜଣେ ଆଇପିଏସ୍ (IPS) ଅଧିକାରୀ ଭାବରେ ନିଜର କ୍ୟାରିୟର ଆରମ୍ଭ କରି, ସେ ପୋଲିସ କମିଶନର ଏବଂ ପୋଲିସ ମହାନିର୍ଦ୍ଦେଶକ  (Director General) ପରି ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ । କ୍ଷେତ୍ର କାର୍ଯ୍ୟ ସହିତ ସେ ଉଚ୍ଚଶିକ୍ଷା ଜାରି ରଖି ଆଇନରେ ପିଏଚ୍‌ଡି (PhD) ହାସଲ କରିଥିଲେ ଏବଂ ଅପରାଧ ବିଜ୍ଞାନ, ପୀଡ଼ିତ ବିଜ୍ଞାନ ଏବଂ ପୋଲିସ୍ ସଂସ୍କାରରେ ବିଶେଷଜ୍ଞତା ହାସଲ କରିଥିଲେ। ସେ ଅପରାଧ ବିଜ୍ଞାନ ଉପରେ ଏକ ବହୁତ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କର କ୍ୟାରିୟର ବାସ୍ତବ ଜୀବନର ଅପରାଧ ବିଶ୍ଳେଷଣ ଏବଂ ଶୈକ୍ଷିକ ଜ୍ଞାନ ମଧ୍ୟରେ ଏକ ସେତୁ ସଦୃଶ, ଯାହା ତାଙ୍କୁ ଅପରାଧ ବିଜ୍ଞାନ କ୍ଷେତ୍ରରେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବରେ ଗଢ଼ିତୋଳିଛି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ