
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS Code: 2432.0601
ରେଡିଓ ଜକି (ଆର.ଜେ.) ହେଉଛନ୍ତି ଜଣେ ପ୍ରସାରଣ ଗଣମାଧ୍ୟମ ବୃତ୍ତିଧାରୀ, ଯିଏ ରେଡିଓ କାର୍ଯ୍ୟକ୍ରମଗୁଡ଼ିକର ସଞ୍ଚାଳନ କରନ୍ତି, ସଙ୍ଗୀତ ପରିବେଷଣ କରନ୍ତି, ସାକ୍ଷାତକାର ନିଅନ୍ତି ଏବଂ ଏଫ୍.ଏମ୍. (FM), ଏ.ଏମ୍. (AM), ସାମୁଦାୟିକ ରେଡିଓ ତଥା ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ମାଧ୍ୟମରେ ଶ୍ରୋତାମାନଙ୍କର ମନୋରଞ୍ଜନ କରନ୍ତି । ସେମାନେ ରେଡ୍ ଏଫ୍.ଏମ୍. (RED FM), ରେଡିଓ ମିର୍ଚ୍ଚି, ବିଗ୍ ଏଫ୍.ଏମ୍. (Big FM) ପରି ବ୍ୟବସାୟିକ ରେଡିଓ ଷ୍ଟେସନ୍ ଏବଂ ଅଲ୍ ଇଣ୍ଡିଆ ରେଡିଓ (ଏ.ଆଇ.ଆର. - AIR) ସମେତ ଡିଜିଟାଲ୍ ଅଡିଓ ପ୍ଲାଟଫର୍ମ, ସାମୁଦାୟିକ ରେଡିଓ ଷ୍ଟେସନ୍ ଓ କର୍ପୋରେଟ୍ ମିଡିଆ ହାଉସରେ କାର୍ଯ୍ୟ କରନ୍ତି ।
ସୃଜନଶୀଳ କାହାଣୀ କହିବା ଶୈଳୀ
ତତ୍କାଳ ବୁଦ୍ଧି ଏବଂ ସ୍ୱତଃସ୍ଫୂର୍ତ୍ତତା
ସକ୍ରିୟ ଶ୍ରବଣ ଏବଂ ସହାନୁଭୂତି
ଆତ୍ମବିଶ୍ୱାସ ଏବଂ ବ୍ୟକ୍ତିତ୍ୱ
ସମୟ ପରିଚାଳନା ଏବଂ ଶୃଙ୍ଖଳା
୯୩.୫ ରେଡ୍ ଏଫ୍.ଏମ୍. ଭୁବନେଶ୍ୱରର ଆର୍.ଜେ. ନୀଲ୍ (RJ Neil), ପ୍ରଥମ ଓଡ଼ିଆ ରେଡିଓ ଜକି ଭାବରେ ଏକ ସମ୍ମାନଜନକ ଜାତୀୟ ପୁରସ୍କାର ହାସଲ କରି ଇତିହାସ ରଚନା କରିଛନ୍ତି । ଗତ ୨୫ ଅପ୍ରେଲ ୨୦୨୫ରେ ମୁମ୍ବାଇର ତାଜ ସାନ୍ତାକ୍ରୁଜ୍ଠାରେ ଅନୁଷ୍ଠିତ 'ଅଲ୍ ଇଣ୍ଡିଆ ଅଡିଓ ସମିଟ୍ ଆୱାର୍ଡସ୍ ୨୦୨୫'ରେ ତାଙ୍କୁ 'ଶ୍ରେଷ୍ଠ ଆର୍.ଜେ. ଜୋନାଲ୍' (Best RJ Zonal) ଉପାଧିରେ ସମ୍ମାନିତ କରାଯାଇଛି । ବର୍ତ୍ତମାନ ଚତୁର୍ଥ ବର୍ଷରେ ପଦାର୍ପଣ କରିଥିବା ଏହି କାର୍ଯ୍ୟକ୍ରମ ହେଉଛି ଭାରତର ଅନ୍ୟତମ ଶ୍ରଦ୍ଧେୟ ପ୍ଲାଟଫର୍ମ, ଯାହା ରେଡିଓ, ପୋଡକାଷ୍ଟ, ଅଡିଓ ବୁକ୍ ଏବଂ ଅଡିଓ ଟେକ୍ନୋଲୋଜି କ୍ଷେତ୍ରରେ ଉତ୍କର୍ଷତାକୁ ସମ୍ମାନିତ କରିଥାଏ । ଆର୍.ଜେ. ନୀଲ୍ଙ୍କୁ ତାଙ୍କର ଲୋକପ୍ରିୟ ଶୋ’ 'ମର୍ନିଂ ନମ୍ବର ୧' (Morning No. 1) ପାଇଁ ଏହି ସ୍ୱୀକୃତି ମିଳିଛି, ଯାହା ମାଧ୍ୟମରେ ସେ କ୍ରମାଗତ ଭାବେ ସାମାଜିକ ସମସ୍ୟା ଉପରେ ଆଲୋକପାତ କରିବା ସହ ନାଗରିକ ସଚେତନତା ବୃଦ୍ଧି ଏବଂ ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ନିଜର ପ୍ଲାଟଫର୍ମକୁ ବ୍ୟବହାର କରିଆସୁଛନ୍ତି ।
ଜଣେ ରେଡିଓ ଜକି ପାରମ୍ପରିକ ଷ୍ଟେସନ୍ ଚାକିରି ବାହାରେ ଏକ ସଫଳ ସ୍ୱାଧୀନ ବ୍ୟବସାୟ ଗଢ଼ିପାରିବେ । ଏଥିରେ ସ୍ୱାଧୀନ ପଡକାଷ୍ଟ (Podcast) ଚ୍ୟାନେଲ୍ ଆରମ୍ଭ କରିବା, ଭଏସ୍-ଓଭର (Voice-over) ସେବା ଷ୍ଟୁଡିଓ ଚଳାଇବା, ବ୍ୟବସାୟ ଏବଂ ବେସରକାରୀ ସଂଗଠନ ପାଇଁ ବ୍ରାଣ୍ଡେଡ୍ ଅଡିଓ କଣ୍ଟେଣ୍ଟ ପ୍ରସ୍ତୁତ କରିବା, ମନୋରଞ୍ଜନ କିମ୍ବା ସାମାଜିକ ସାକ୍ଷାତକାର ଉପରେ ଆଧାରିତ ୟୁଟ୍ୟୁବ୍ ଚ୍ୟାନେଲ୍ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଏବଂ ଜଣେ ବୃତ୍ତିଗତ ଉପସ୍ଥାପକ (Emcee) କିମ୍ବା ଆଙ୍କର୍ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ, ବିବାହ ତଥା କର୍ପୋରେଟ୍ ଶୋ' ପରିଚାଳନା କରିବା ଅନ୍ତର୍ଭୁକ୍ତ।
ଦୃଷ୍ଟି ଶକ୍ତି ବାଧିତ
ଶ୍ରବଣ ଶକ୍ତି ବାଧିତ
ଗମନାଗମନ ସମ୍ବନ୍ଧୀୟ ଅକ୍ଷମତା
ବାକ୍ ଏବଂ ଭାଷାଗତ ଭିନ୍ନତା