ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ନିରପେକ୍ଷ କ୍ଷେତ୍ର ରେ

ବୃତ୍ତି

କଣ୍ଟେଣ୍ଟ୍ ପ୍ରଡ୍ୟୁସର୍


କଣ୍ଟେଣ୍ଟ୍ ପ୍ରଡ୍ୟୁସର୍

NCS Code: 2654.0700

କଣ୍ଟେଣ୍ଟ୍ ପ୍ରଡ୍ୟୁସର୍ ହେଉଛନ୍ତି ଜଣେ ସୃଜନଶୀଳ ବ୍ୟକ୍ତି ଯିଏ ବିଭିନ୍ନ ବ୍ରାଣ୍ଡ, ବ୍ୟବସାୟ, ମନୋରଞ୍ଜନ ପ୍ଲାଟଫର୍ମ କିମ୍ବା ସୋସିଆଲ୍ ମିଡିଆ ଚ୍ୟାନେଲ୍ ପାଇଁ ଡିଜିଟାଲ୍ କିମ୍ବା ମିଡିଆ କଣ୍ଟେଣ୍ଟ୍ ପ୍ଲାନିଂ, ପ୍ରସ୍ତୁତ କରନ୍ତି ଏବଂ ପ୍ରକାଶ କରନ୍ତି । ସେମାନେ ଭିଡିଓ, ପ୍ରବନ୍ଧ, ପଡକାଷ୍ଟ, ଗ୍ରାଫିକ୍ସ ଏବଂ ବିଭିନ୍ନ ଅଭିଯାନ (Campaigns) ବିକଶିତ କରନ୍ତି ଯାହା ଦର୍ଶକମାନଙ୍କୁ ଆକର୍ଷିତ କରେ । କଣ୍ଟେଣ୍ଟ୍ ପ୍ରଡ୍ୟୁସର୍ ମାନେ ବ୍ରାଣ୍ଡର ଉପସ୍ଥିତି ବଢ଼ାଇବା, ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ପ୍ରଭାବଶାଳୀ ଯୋଗାଯୋଗ କରିବା ପାଇଁ ନୂଆ ଚିନ୍ତାଧାରା, କାହାଣୀ ଶୈଳୀ (storytelling), ପ୍ରଡକ୍ସନ୍ ସିଡ୍ୟୁଲ୍ ଏବଂ ମାର୍କେଟିଂ ରଣନୀତି ମଧ୍ୟରେ ସମନ୍ୱୟ ରକ୍ଷା କରନ୍ତି।

ଆବଶ୍ୟକ ଦକ୍ଷତା :
  • ସୃଜନଶୀଳତା ଏବଂ କାହାଣୀ କହିବାର କୌଶଳ (Storytelling)

  • ଯୋଗାଯୋଗ ଦକ୍ଷତା

  • ଭିଡିଓ ଏଡିଟିଂ / ଗ୍ରାଫିକ୍ ଡିଜାଇନ୍‌ର ମୌଳିକ ଜ୍ଞାନ

  • ସୋସିଆଲ୍ ମିଡିଆ ଜ୍ଞାନ

  • ଯୋଜନା ଏବଂ ସମୟ ପରିଚାଳନା

  • ଶ୍ରୋତା ବା ଦର୍ଶକଙ୍କ ବିଶ୍ଳେଷଣ (Audience Analysis)

  • ଦଳଗତ କାର୍ଯ୍ୟ ଏବଂ ସମନ୍ୱୟ

ସଫଳତାର କାହାଣୀ

ଭୁବନ ବାମ୍

ଭୁବନ ବାମ୍ ଭାରତର ଜଣେ ଅତ୍ୟନ୍ତ ଲୋକପ୍ରିୟ ଡିଜିଟାଲ୍ କଣ୍ଟେଣ୍ଟ୍ କ୍ରିଏଟର୍ ଏବଂ ପ୍ରଡ୍ୟୁସର୍ ଅଟନ୍ତି । ନିଜେ ତିଆରି କରିଥିବା ସାଧାରଣ ହାସ୍ୟାସ୍ପଦ ଭିଡିଓରୁ ଆରମ୍ଭ କରି ସେ 'BB Ki Vines' କୁ ଏକ ବୃହତ ମନୋରଞ୍ଜନ ବ୍ରାଣ୍ଡରେ ପରିଣତ କରିଥିଲେ । ପରବର୍ତ୍ତୀ ସମୟରେ ସେ ସଙ୍ଗୀତ, ୱେବ୍ ସିରିଜ୍ ଏବଂ ବୃତ୍ତିଗତ ପ୍ରଡକ୍ସନ୍ କ୍ଷେତ୍ରକୁ ନିଜର ବ୍ୟବସାୟ ବିସ୍ତାର କରିଥିଲେ । ସୃଜନଶୀଳତା, ନିରନ୍ତରତା ଏବଂ ଶ୍ରୋତାଙ୍କୁ ବୁଝିବାର ଦକ୍ଷତା ମାଧ୍ୟମରେ ସେ କଣ୍ଟେଣ୍ଟ୍ କ୍ରିଏସନ୍ ଏବଂ ଡିଜିଟାଲ୍ ମିଡିଆରେ କ୍ୟାରିୟର୍ ଗଢ଼ୁଥିବା ଯୁବ ଭାରତୀୟମାନଙ୍କ ପାଇଁ ଏକ ପ୍ରେରଣା ହୋଇପାରିଛନ୍ତି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ