ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ପ୍ରଶାସନିକ ସେବା ରେ

ବୃତ୍ତି

ଅଗ୍ନିଶମ କର୍ମଚାରୀ


ଅଗ୍ନିଶମ କର୍ମଚାରୀ

NCS Code: 5411.0100

ଅଗ୍ନିଶମ କର୍ମଚାରୀ ହେଉଛନ୍ତି ଜଣେ ପ୍ରଶିକ୍ଷିତ ବୃତ୍ତିଗତ ବ୍ୟକ୍ତି, ଯିଏ ଅଗ୍ନିକାଣ୍ଡ, ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଉଦ୍ଧାର କାର୍ଯ୍ୟ ଭଳି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସେବା ପ୍ରଦାନ କରନ୍ତି। ସେମାନେ ନିଆଁ ଲିଭାନ୍ତି, ଜୀବନ ରକ୍ଷା କରନ୍ତି, ସମ୍ପତ୍ତିର ସୁରକ୍ଷା କରନ୍ତି ଏବଂ ଜରୁରୀକାଳୀନ ସମୟରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଅନ୍ତି। ଏହାସହ ଅଗ୍ନିଶମ କର୍ମଚାରୀମାନେ ସୁରକ୍ଷା ଯାଞ୍ଚ କରନ୍ତି, ଅଗ୍ନିକାଣ୍ଡର ପ୍ରତିରୋଧ ବିଷୟରେ ଜନସାଧାରଣଙ୍କୁ ସଚେତନ କରନ୍ତି ଏବଂ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି ସୁନିଶ୍ଚିତ କରନ୍ତି। ସମାଜର ସୁରକ୍ଷା ଏବଂ ଜନସାଧାରଣଙ୍କ ଜୀବନରକ୍ଷା କ୍ଷେତ୍ରରେ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।

ଆବଶ୍ୟକ ଦକ୍ଷତା :
  • ଶାରୀରିକ ଯୋଗ୍ୟତା ଏବଂ ସହନଶୀଳତା 

  • ସାହସିକତା ଏବଂ ମାନସିକ ସତର୍କତା 

  • ମିଳିତ ଭାବେ କାର୍ଯ୍ୟ କରିବା ଏବଂ ସମନ୍ୱୟ ରକ୍ଷା କରିବା 

  • ସମସ୍ୟା ସମାଧାନର ଦକ୍ଷତା 

  • ଯୋଗାଯୋଗ ଦକ୍ଷତା 

  • ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଏବଂ ପ୍ରାଥମିକ ଚିକିତ୍ସାର ଜ୍ଞାନ

ସଫଳତାର କାହାଣୀ

ବିଜୟ କୁମାର

ଦିଲ୍ଲୀ ଅଗ୍ନିଶମ ସେବା ର ଜଣେ ବରିଷ୍ଠ ଅଧିକାରୀ ବିଜୟ କୁମାର, ରାଜଧାନୀରେ ପ୍ରମୁଖ ଅଗ୍ନିକାଣ୍ଡ ଏବଂ ଉଦ୍ଧାର କାର୍ଯ୍ୟର ସଫଳ ପରିଚାଳନା ପାଇଁ ସ୍ୱତନ୍ତ୍ର ଖ୍ୟାତି ଲାଭ କରିଛନ୍ତି । ଭାରତରେ ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅନ୍ୟତମ 'ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ଅଗ୍ନିଶମ ସେବା ପଦକ' ରେ ତାଙ୍କୁ ସମ୍ମାନିତ କରାଯାଇଛି । ବହୁ ବର୍ଷ ଧରି ସେ ଅନେକ ଅତି ବିପଦ୍ ଜ୍ଜନକ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଛନ୍ତି ଏବଂ ବିଭିନ୍ନ କୋଠାବାଡ଼ିରେ ଘଟିଥିବା ଅଗ୍ନିକାଣ୍ଡ ତଥା ଜରୁରୀକାଳୀନ ପରିସ୍ଥିତି ସମୟରେ ଲୋକମାନଙ୍କ ଜୀବନ ରକ୍ଷା କରି ନିଜର ଅସାଧାରଣ ବୀରତ୍ୱ ଓ ନେତୃତ୍ୱ ର ପରିଚୟ ଦେଇଛନ୍ତି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ